Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

କୁଠାରୀଶ୍ଵରି ଙ୍କ ୫୮ତମ ନବରାତ୍ର ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

Spread the love

ପାତ୍ରପୁର : ପାତ୍ରପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କୁଠାରୀଶ୍ୱରୀ ଙ୍କ ୫୮ ତମ ନବରାତ୍ର ପୂଜା ପାଇଁ ରବିବାର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ପୂଜା କମିଟି ସଭାପତି ପି. ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ଦ୍ଵାରା ଚିକିଟି ଯୁବ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଗ୍ରାମ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରୁ ବାଦ୍ୟବାଜଣା ସଙ୍କୀର୍ତ୍ତନ ମଣ୍ଡଳୀ ସହ ଏକ ବିରାଟ ପଟୁଆରରେ ବାହାରି ମାଙ୍କ ମନ୍ଦିରରେ ପହଞ୍ଚିବା ପରେ ପଣ୍ଡିତ ଶ୍ରୀ ରଘୁନାଥ ଶତପଥୀ, ସୂର୍ଯ୍ୟ ନାରାୟଣ ପାଢ଼ୀଙ୍କ ବେଦ ଧ୍ୱନି, ଏବଂ ମାଙ୍କ ର୍ମାଜଣା,ପୂଜାର୍ଚ୍ଚନା ପରେ ଶୁଭର କର୍ତ୍ତା ମନୋରଞ୍ଜନ ଦ୍ୟାନ ସାମନ୍ତରା, ଏବଂ ଗ୍ରାମବାସୀଙ୍କ ଦ୍ଵାର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମା କୁଠାରୀଶ୍ୱରି ଙ୍କ ପୀଠରେ ନବରାତ୍ର ପୂଜା ଆସନ୍ତା ଅକ୍ଟୋବର ମାସ ୦୩ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ମଧ୍ୟରାତ୍ରରେ ପୂର୍ଣ୍ଣାହୁତି ହେବ ବୋଲି କମିଟିର ସଦସ୍ୟ ମାନେ କହିଛନ୍ତି। ଏହି ଉତ୍ସବରେ ଗ୍ରାମର ସୁରେଶ କୁମାର ପଟ୍ଟନାୟକ ସତ୍ୟମ ପଟ୍ଟନାୟକ,ସଦାନନ୍ଦ ନାୟକ, ପ୍ରଭାକର ସୁବୁଦ୍ଧି, ନାରାୟଣ ତିଆଡି, ରଘୁନାଥ ପଟ୍ଟନାୟକ,ବ୍ରୁନ୍ଦାବନ ପଟ୍ଟନାୟକ,ଚିନ୍ତାମଣି ପଣ୍ଡା, ସତ୍ୟମ ପଟ୍ଟନାୟକ,ସୁଭମ ଅଧିକାରୀ, ତ୍ରୀପତି ଆଚାରୀ, ଜାଗୁନୁ ଆଚାରି, କ୍ରୀଷ୍ଣା ଆଚାରୀ,ଦେବରାଜ ମହାନ୍ତି,, ଅଲେଖ ପଣ୍ଡା,ମନ୍ଦିର ପୂଜକ ନରହରି ରଣା,ଦିବାକର ରଣା, ପ୍ରକାଶ ରଣା,ଅନିଳ ରଣା, କ୍ରୁଷ୍ଣ ରଣା , ସଚିନ ରଣା,ରତନ ମହାନ୍ତି, ପ୍ରମୁଖ ଶତାଧିକ ଭକ୍ତ ଉପସ୍ଥିତ ଥିଲେ।

error: Content is protected !!
Breaking News