ଖୋର୍ଦ୍ଧା D.H.H ରେ ଥାଲାସେମିଆ ରୋଗୀ ପୋକ ମାଛି ଭଳି ମରୁଛନ୍ତି ହୋଲ ରକ୍ତ ନେଇ, କେବେ ମିଳିବ ପ୍ୟାକ୍ ସେଲ ରକ୍ତ ତାହା ଅପେକ୍ଷାରେ ଥାଲାସେମିଆ ରୋଗୀ / ଦୀର୍ଘ 4 ବର୍ଷ ଧରି ଥାଲାସେମିଆ ରୋଗୀ ଖୋର୍ଦ୍ଧା ଜିଲ୍ଲା ପାଳ ଏବଂ tweet ଯୋଗେ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କୁ ଅଭିଯୋଗ କରିଆସିଲେଣି, କି ଥାଲାସେମିଆ ରୋଗୀକୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଅଣଦେଖା କରୁଛନ୍ତି,
ହଁ ଆଜ୍ଞା ୟେକଥା ଆମେ କହୁନୁ କହୁ ଛନ୍ତି ଏଇ ଅଭିଭାବକ, ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ D.H.H ର ଥାଲାସେମିଆ ରୋଗୀ ଦୀର୍ଘ 4 ବର୍ଷ ହେବ ସଂଘର୍ଷ କଲେଣି କି ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ D.H.Hରେ ଥାଲାସେମିଆ ରୋଗୀ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହା ହେଉଛି
1- କମ୍ପୋନେଟ (ଡେକେର) ନାହିଁ
2- ଭିର୍ଣ୍ଣ କୋଠରୀ 20 ବିଶିଷ୍ଟ ଶଯ୍ୟା ନାହିଁ
3- ଫିରିଟିନ୍ ଟେଷ୍ଟ ମେସିନ ନାହିଁ ଯାହା ଫଳରେ ଗରିବ ରୋଗୀ 1000 ଟଙ୍କା ଦେଇ ବାହାରେ ଟେଷ୍ଟ କରୁଛନ୍ତି
4- ଥାଲାସେମିଆ ରୋଗୀଙ୍କୁ ମାସକୁ ଯେଉଁ 500 ମିଳୁଛି ତାହା ଠିକସେ ମିଳୁନି, 500 ଜାଗାରେ ତାକୁ 2000 ଟଙ୍କା କରିବାକୁ ଅନୁରୋଧ
5- ଉନ୍ନତ ମାନର ମେଡିସିନ ମିଳୁନାହିଁ
6 – NHM ଗାଇଡ ଲାଇନ କେହି ଫଲୋ କରୁନାହାନ୍ତି
7- ଥାଲାସେମିଆ ରୋଗୀ ଙ୍କୁ ପ୍ୟାକ ଶେଲ ରକ୍ତ ବଦଳରେ ହୋଲ ରକ୍ତ ମିଳୁଛି ତେଣୁ ରୋଗୀ ପୋକ ମାଛି ଭଳି ମରୁଛନ୍ତି,
8- ଥାଲାସେମିଆ ରୋଗୀଙ୍କୁ 60%ହେଲେବି ତାଙ୍କ ମୁହଁକୁ ସରକାର ଦେଖୁ ନାହାନ୍ତି, ଥାଲାସେମିଆ ରୋଗୀ କେତେ ଦିନ ବଞ୍ଚିବେ, ବେଶୀ ହେଲେ 20, କିମ୍ବା 30 ବର୍ଷ ଆଉ ଅଧିକ ନୁହେଁ, କିନ୍ତୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ୟେ କିଭଳି ନୀତି ଥାଲାସେମିଆ ରୋଗୀଙ୍କୁ ଯେତିକି ମିଳୁଥିଲା ସେତିକି ମିଳିବ ଏବଂ ଅନ୍ୟ ମାନଙ୍କୁ 80% ପ୍ରତିସଦ ଦିବ୍ୟାଙ୍ଗକୁ ମିଳିବ 3500 କିନ୍ତୁ ଥାଲାସେମିଆ ରୋଗୀଙ୍କୁ ଯିଏ 60% ଦିବ୍ୟାଙ୍ଗ ତାଙ୍କୁ 1200 ୟେ କଣ ନ୍ୟାୟ, ସରକାର ପୁନର୍ବିଚାର କରିବାକୁ ଅନୁରୋଧ,
ଏହା କଣ ଅଛେ ଦିନ୍, ଏହା କଣ ବିକାଶ , ନା ଏହା ସ୍ୱାସ୍ଥ୍ୟ ସେବା ସୃଦୁଢ଼, ଏହି ସବୁ ସମସ୍ୟାକୁ ନେଇ ଥାଲାସେମିଆ ରୋଗୀ ,ଅଭିଭାବକ ଏବଂ ତାଙ୍କ ସଭାପତି ନିମାଇଁ ଚରଣ ମହାରଣା ଏବଂ ପ୍ରଦୀପ ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ମାନେ ଆଜି ଜିଲ୍ଲା ପାଳକୁ ଦାବି ପତ୍ର ପ୍ରଦାନ କରିଛନ୍ତି ଏବଂ ଗଣ ମାଧ୍ୟମରେ ଥାଲାସେମିଆ ରୋଗୀଙ୍କ ଦୁର୍ଦ୍ଦଶା ପ୍ରକାଶ କରିଛନ୍ତି
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ