ଠିକାଦାରର ମନମାନି କାମ ଯୋଗୁଁ ଗ୍ରାମବାସୀ ଏବେ ଚିନ୍ତାରେ

Spread the love

ବଲାଙ୍ଗୀର୍ ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ୍ ବ୍ଲକ୍ ପଡ଼ିଆବାହାଲ୍ ପଞ୍ଚାୟତ୍ ସାନଉଡେନ ଗ୍ରାମରେ ୱାଟର୍ ଅଭର୍ ହେଡ଼୍ ଟେଙ୍କ୍ ଠିକାଦାରଙ୍କ ମନମାନି କାମ ! ଅଭିଯୋଗ୍ କଲେ ସାନଉଡେନ ଗ୍ରାମବାସୀ, ଝିପି, ଝିପି ବର୍ଷାରେ ଗାଁ ବସ୍ତିସାରା କାଦୁଅ ରେ ସର, ସର ବହୁସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗାଁ ବାସିନ୍ଦା, ଗାଁ ବସ୍ତି ଶେଷରେ ଚାଲିଛି ପାଣିଟାଙ୍କି କାମ ଓ ସେ କାମପାଇଁ ଯାଉଛି ବାଲିବୋଝେଇ ହାଇୱା ସିମେଣ୍ଟ, ଛଡ, ଟ୍ରାକ୍ଟର୍ ଓ ଅନ୍ୟାନ୍ୟ ଗାଡି ମାନେ ! ଯାହାଫଳରେକି ବସ୍ତିରେ ହୋଇଥିବା କଂକ୍ରିଟରାସ୍ତା ମାଲବାହିଗାଡିର ଅଧିକ ଓଜନ ସହୀନପାରି ରାସ୍ତା ଭୁଶୁଡି ଯାଉଛି !

ଗାଁ ଲୋକେ ଠିକାଦାର କୁ ଯେତେ କହିଲେବି ଶୁଣିବାକୁ ନାରାଜ୍ ପାଣି ଟାଙ୍କି ଠିକାଦାର୍ ! ଏଠି ଆଶ୍ଚର୍ଯ୍ୟର ବିଷୟ ହେଲା ଗାଁର କଥାକୁ କାହିଁକି ଅଣଦେଖା କରୁଛି ଠିକାଦାର୍, ଓଭର୍ ହେଡ଼୍ ଟାଙ୍କି କାମ ଆରମ୍ଭରୁ ସୄଟି ହେଲାନି ନାନାଦି ସମସ୍ୟା, ଟାଙ୍କି ତିଆରିହେଉଥିବା ରାସ୍ତା ରେ ରହିଛି ନଦୀ ଲୋକେ ନଦୀକୁ ଗାଧୋଇବା ଶୌଚ କରିବାପାଇଁ ଯିବାଆସିବା କରନ୍ତି, ଓ ସେହିରାସ୍ତାରେ ଚାଲିଛି ଓଭର୍ ହେଡ଼୍ ଟାଙ୍କି କାମ j.c.b ଦ୍ୱାରା ମାଟି ଉଠାଇ ରାସ୍ତା ରେ ପକାଇବା ଦ୍ୱାରା, ରାସ୍ତା ସାରା କାଦୁଅରେ ପରିପୂର୍ଣ୍ଣ ଗାଁ ବାସିନ୍ଦାଙ୍କ ଅସୁବିଧା କହିଲେ ନସରେ ! ଗାଁର ଅଭିଯୋଗକୁ କାହିଁକି ଖାତିର୍ କରୁନାହାନ୍ତି ଠିକାଦାର୍, ବର୍ଷା ସମୟରେ କେମିତି ପ୍ରଶାସନ ତରଫରୁ କାର୍ଯ୍ୟ ନିର୍ଦ୍ଧେଶନାମା ରହିଛି ! ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି, ଓ ଠିକାଦାର ବସ୍ତି ରେ ଥିବା କଂକ୍ରିଟ୍ ରାସ୍ତାରେ ବାଲିବୋଝେଇ ହାଇୱା ଚଳେଇ ରାସ୍ତା ଖରାପ କରୁଛି ତାହା ଏବେ ଗ୍ରାମବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ! ଆମ ଖବର ପ୍ରସାରଣ ପରେ ଗ୍ରାମବାସୀଙ୍କ ଅଭିଯୋଗ ଉପରେପ୍ରଶାସନ ତରଫରୁ କେତେ ସଠିକ୍ ତଦନ୍ତ ହେଉଛି ତାହାଏବେ ଦେଖିବାକୁ ବାକିରହିଲା !

error: Content is protected !!