ଝିଙ୍କିରିଆ ତେନ୍ତୁଳିବାଟି ଠାରୁ ପୁଣି ଟ୍ରାନ୍ସପୋରମର ଚୋରି

Spread the love

ମୋରଡା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଝିଙ୍କିରିଆ ତେନ୍ତୁଳିବାଟି ଠାରେ ଥିବା ଟ୍ରାନ୍ସପୋରମର ଚୋରି ହୋଇଥିବା ଲିଖିତ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ତେନ୍ତୁଳିବାଟି ଠାରେ ଥିବା ୧୬କେଭି ଟ୍ରାନ୍ସପୋରମର କୁ ଗତକାଲି ବିଳମ୍ବିତ ରାତିରେ ଦୃବୃତ୍ତ ମାନେ ଚୋରି କରି ନେଇଯାଇଥିବା ଜଣାପଡିଛି । ତେବେ ଦୃବୃତ୍ତ ମାନେ ଟ୍ରାନ୍ସପୋରମର ଭିତରେ ଥିବା ତାର କଏଲ କୁ ଚୋରି କରି ନେଇଛନ୍ତି । ଖବର ପାଇ ମୋରଡା କନିଷ୍ଠ ଯନ୍ତ୍ରୀ ମୂର୍ତ୍ରୁଞ୍ଜୟ ପାଣିଗ୍ରାହୀ ଘଟଣା ର ତଦନ୍ତ କରିବା ପରେ ଏନେଇ ମୋରଡା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଟ୍ରାନ୍ସପୋରମର ର କଏଲ ଅଧିକ ଓଜନ ଥିବା ରୁ ଚୋରମାନେ ନିଶ୍ଚିତ ଗାଡ଼ି ସାହାଯ୍ୟ ରେ ନେଇଥିବା ଅନୁମାନ କରାଯାଉଛି । ଅପରପକ୍ଷରେ ଦୁଇ ରୁ ତିନି ମାସ ମଧ୍ୟରେ ମୋରଡା ଥାନା ଅଞ୍ଚଳ ରେ ବାରମ୍ବାର ଚୋରି ହେଉଥିବା ବେଳେ ପୋଲିସ ଚୋର କୁ ନଧରିପାରିବା କୁ ନେଇ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଉଛି । ପୋଲିସ ର ନିଷ୍କ୍ରିୟତା ଯୋଗୁଁ ଏପରି ବାରମ୍ବାର ଚୋରି ହେଉଥିବା ଖୋଲାଖୋଲି ଆଲୋଚନା ହେଉଥିବା ବେଳେ ବିଦ୍ୟୁତ ବିଭାଗ ର ଏସଡିଓ ନାରାୟଣ ବେହେରା ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ମେଘ ଅନ୍ଧାର ରାତ୍ରିରେ ସାପ ବେଙ୍ଗ ଭୟ ଭିତରେ ପିଲା ଛୁଆ ଙ୍କୁ ନେଇ ରାତି ବିତାଇବା କେତେ କଷ୍ଟ ଦାୟକ ସେ କଥା ଦାୟିତ୍ଵ ଥିବା ଅଧିକାରୀ ମାନେ ଜାଣିବେ କେମିତି ବୋଲି ଷୋଭ ର ସହ କହିଛନ୍ତି ସ୍ଥାନୀୟ ଲୋକମାନେ ।

error: Content is protected !!
Breaking News