Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ରାଇଘର (ଖବର) ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ! ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେବାଗାଁ ଠାରେ ପହଞ୍ଚି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବିଶାଳ ମୋଟର ସାଇକେଲ ରାଲି ବାହାର କରି ନିଜ ଜନ୍ମମାଟି ଚଲାନ ପାରା ଠାରେ ଏକ ସଭାରେ କିଛି ସମୟ ଦେଇ ପୁଣୀ ରାଲି ମାଧ୍ୟମରେ ନୁଆପାରା ଆଶ୍ରମ ସ୍କୁଲ ଠାରେ ସିକ୍ଷକ, ସିକ୍ଷୟୀତ୍ରୀ ଛାତ୍ର, ଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ନୂଆଁପାରା ସ୍କୁଲ ପିଲମାନଙ୍କୁ କିଛି ତ୍ରିରଙ୍ଗା ଯାତ୍ରା ବିଷୟରେ କହି ଥିଲେ ପରେ ଚବକା ମନ୍ଦୀର ଠାରେ ଏକତ୍ରିତ ହୋଇ ସହର ର ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବରିଷ୍ଠ ଆଇନଜୀବୀ ଏବଂ ବହୁ ବିଜେପି କାର୍ଯ୍ୟକର୍ତ୍ତା ଏକ ପଦଯାତ୍ରା ରେ ବାହାରି ସହର ପରିକ୍ରମା କରି ବ୍ଲକ ଅଫିସ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ!
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି ଦେଶକୁ ସ୍ୱାଧୀନ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକେଇବା ଓ ସେମାନଙ୍କ ଦେଶପ୍ରତି ଦେଇଥିବା ବଳିଦାନ କୁ ନ ଭୁଲିବା ପାଇଁ ତ୍ରିରଙ୍ଗା ଯାତ୍ରା ର କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନେଇ କୌଣସି ରାଜନୀତି ନ କରି ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କୁ ସମ୍ମାନ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସହ , ରାଇଘର ଆଇ ଆଇ ଶି ,ବିଡ଼ିଓ , ତହସିଲଦାର ,ବ୍ଲକ ଶିକ୍ଷା ଅଧିକାରୀ, ସମସ୍ତ ପୋଲିସ ପ୍ରଶାସନ ମୁତୟନ ଥିବା ବେଳେ ସହର ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ସାମିଲ୍ ଥିଲେ।

error: Content is protected !!
Breaking News