Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଟ୍ରକ ଲୋଡିଙ୍ଗକୁ ନେଇ ଶାନ୍ତିପୂର୍ଣ୍ଣ ଧାରଣା ଦେଲେ ଛେଣ୍ଡିପଦା ଟ୍ରକ ମାଲିକ

Spread the love

ଛେଣ୍ଡିପଦା : ଛେଣ୍ଡିପଦା ବ୍ଲକର ରାଇଝରଣ ଠାରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦେବା ଦାବିରେ ରାଇ ଝରଣ ଠାରେ ଟ୍ରକ ମାଲିକ ମାନେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଛନ୍ତି l ଛେଣ୍ଡିପଦା ଟ୍ରକ ମାଲିକ ତଥା ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରାଙ୍କ ତତ୍ୱାବଧାନରେ ଶତଧିକ ଟ୍ରକ ମାଲିକ ରାଇଝରଣ ଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ l ସୂଚନା ଯେ କୋଇଲା ଖଣିରେ ବାହାର ରାଜ୍ୟ ଟ୍ରକ ଆସି କୋଇଲା ଲୋଡିଙ୍ଗ କରୁଥିବା ବେଳେ ଛେଣ୍ଡିପଦା ବ୍ଳକ ଅଞ୍ଚଳର ଟ୍ରକ ଗୁଡିକୁ ନାଲକୋ ଓ ଜିନ୍ଦଲ କମ୍ପାନୀ ପକ୍ଷରୁ ଲୋଡିଙ୍ଗ ଦେବା ପାଇଁ ଛେଣ୍ଡିପଦା ଟ୍ରକ ମାଲିକଙ୍କ ପକ୍ଷରୁ ବାରମ୍ବାର ଦାବୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା l

ଫଳରେ ଟ୍ରକ ମାଲିକ ମାନେ ରାଇଝରଣ ଠାରେ ଥିବା ଖଣି ରାସ୍ତାରେ ଅର୍ଥନୈତିକ ଅବରୋଧ କରିବା ପାଇଁ ନିଷ୍ପତି ନେଇଥିଲେ l ଏନେଇ ଟ୍ରକ ମାଲିକ ମାନେ ଛେଣ୍ଡିପଦା ବ୍ଲକର ୩୪ଟି ବ୍ଲକର ଜଣ ପ୍ରତିନିଧି ଓ ଗ୍ରାମ ସଭାପତିଙ୍କ ସହଯୋଗ ଲୋଡ଼ିବା ସହିତ ଧାରଣା ଦେଇଥିଲେ ଏହି ଧାରଣାରେ ବହୁ ଜଣ ପ୍ରତିନିଧି ଓ ଟ୍ରକ ମାଲିକ ମାନେ ଯୋଗ ଦେଇଥିଲେ । ଏହି ଧାରଣା ଖବର ପାଇଁ ଅନୁଗୋଳ ଏସଡିପିଓ ରମାକାନ୍ତ ମାହାଳିକଙ୍କ ଅଧକ୍ଷତାରେ ନିଶା ଥାନାରେ ଟ୍ରକ ମାଲିକଙ୍କୁ ନେଇ ସୋମବାର ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକର ନିଷ୍ପତି ଅନୁଯାୟୀ ତଥା ପ୍ରଶାସନକୁ ସନମ୍ମାନ ଦେଇ ଅର୍ଥନୈତିକ ଅବରୋଧକୁ ସ୍ଥଗିତ ରଖିଥିଲେ ।

ବୈଠକର ନିଷ୍ପତି ଅନୁଯାୟୀ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଟ୍ରକ ମାଲିକ ମାନେ ରାଇଝରଣ ଠାରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବେ ଯଦି ଦାବୀ ପୂରଣ ନହୁଏ ତେବେ ଟ୍ରକ ମାଲିକ ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି l ଏହି ଧାରଣରେ ବିଜେପି ନେତା ଅଜିତ ପ୍ରଧାନ, କଂଗ୍ରେସ ନେତା ନରୋତ୍ତମ ନାଏକ, ଗୋବିନ୍ଦ ନାଏକ, ଜରପଡା ସରପଞ୍ଚ ବିଦେଶୀ ବେହେରା ଟ୍ରକ ମାଲିକ କୁମୁଦ ଚନ୍ଦ୍ର ଗଡ଼ନାୟକ, ବନବିହାରୀ ସାହୁ, କରୁଣାକର ବିଶ୍ୱାଳ, ମନୋଜ ସାହୁ, ଦିବ୍ୟ ରଞ୍ଜନ ପ୍ରଧାନ, ସୌମ୍ୟ ରଞ୍ଜନ ବେହେରା, ଜୟନ୍ତ କୁମାର ସାହୁ, ପ୍ରଭାତ କୁମାର ସାହୁ, ମନମୋହନ ପ୍ରଧାନ, ରଜତ ସାହୁ, ସିପୁନ ସାହୁ, ଜିତେନ୍ଦ୍ରିୟ ଦେହୁରୀଙ୍କ ସମେତ ଶତାଧିକ ଟ୍ରକ ମାଲିକ ଯୋଗ ଦେଇଥିଲେ l

error: Content is protected !!
Breaking News