ନବରଙ୍ଗପୁର: ସାରା ରାଜ୍ୟ ରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ପଞ୍ଜିକରଣ ନିମନ୍ତେ ସମସ୍ତ ସହଜ କେନ୍ଦ୍ର, ଆଧାର କେନ୍ଦ୍ର ଠାରେ ମହିଳା ମାନଙ୍କ ଭିଡ଼ ଦେଖିବାକୁ ମିଳିଛି!ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲା ରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି!ସେପରି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ରଙ୍କ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ବ୍ଲକ ଗୁଡିକରେ ଏହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି!ଏହି ପରିପ୍ରେକ୍ଷୀରେ ଆଜି ଉମରକୋଟ ବ୍ଲକ ପରିସରରେ ମଧ୍ୟାହ୍ନ ୧୨ ଘଣ୍ଟାରେ ବିଡ଼ିଓ ପ୍ରୀତି ରଞ୍ଜନ ରଥ ଓ ସିଡିପିଓ ସଂଯୁକ୍ତା ବେହେରାଙ୍କ ତତ୍ୱାବଧାନରେ ବ୍ଲକରେ ଥିବା ସମସ୍ତ ୨୬ ଟି ପଂଚାୟତର ପ୍ରତ୍ୟେକ ଗ୍ରାମକୁ ଏହି ସଚେତନତା ରଥ ଯାଇ ସୁଭଦ୍ରା ଯୋଜନାର ଲାଭ କିପରି ମହିଳାମାନେ ପାଇବେ ସେ ବିଷୟରେ ପ୍ରଚାର କରାଯିବ ବୋଲି ସିଡିପିଓ ସଂଯୁକ୍ତା ବେହେରା ପ୍ରକାଶ କରିଛନ୍ତି!ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବ୍ଲକ ଜିପିଇଓ ପାଣ୍ଡାୟ ପାପୁଲୁ, ସିଡିପିଓ ସଂଯୁକ୍ତା ବେହେରା, ଅଙ୍ଗନବାଡି ସୁପରଭାଇଜର ଭାରତୀ ମହାନ୍ତି, ପ୍ରାଚି ବିଶ୍ୱମା ଦେ, ସୁଲୋଚନା ପରିଡା, ମମତା ବିଶ୍ୱାସ, ସୂର୍ଯ୍ୟକାନ୍ତା ରାଓ, କୁନ୍ତଳା ପାତ୍ର, ସୁରେଖା ସୁନା, ଜ୍ୟୋତିକା ମଲିକ ଏବଂ ସମସ୍ତ ଅଙ୍ଗନବାଡି କର୍ମୀ ଓ ଏସଏଚଜି ଗ୍ରୁପର ମହିଳାମାନେ ଉପସ୍ଥିତ ଥିଲେ!
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର