ସାରା ରାଜ୍ୟ ରେ ନିଜ ର ସ୍ଥିତି କୁ ଜାହିର କରି ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା କୁ ଲୋକଲୋଚନା କୁ ଆଣି ଗାଁଟିଏ ପରେ ଗୋଟିଏ ସଫଳତା ର ପାହାଚ ଚଢି ଚାଲିଥିବା “ଉତ୍କଳ ନ୍ୟୁଜ ” ର ଚତୁର୍ଥ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି | କଟକ ଜିଲ୍ଲା ଚୌଦ୍ୱାର ଗାନ୍ଧୀଛକ ସ୍ଥିତ ପୌର ଟାଉନହଲ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ,ମୁଖ୍ୟ ଅତିଥି ଭାବେ ବିଜେପି ର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ର ବରିଷ୍ଠ ନେତା ନୟନ କିଶୋର ମହାନ୍ତି , ମୁଖ୍ୟ ବକ୍ତା ଭାବେ ରାଜ୍ୟ ବିଜେପି ଉପସଭାପତି ଗୋଲୋକ ପ୍ରସାଦ ମହାପାତ୍ର , ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ବିଜେପି ଯୁବ ସଂଗଠକ ହିମାଂଶୁ କୁମାର ମହାନ୍ତି , ଅଧ୍ୟାପିକା ଡ଼ . ସସ୍ମିତା ପଟ୍ଟନାୟକ , ଉତ୍କଳ ଇଣ୍ଟର ନ୍ୟାସନାଲ ସ୍କୁଲ ପ୍ରତିଷ୍ଠାତା ଗଣେଶ ପ୍ରସାଦ ବେହେରା , ସୁଶୃତ ସେବା ଅନୁଷ୍ଠାନ ର ସଂଭାପତି ବିଭୁତି ରଞ୍ଜନ ମହାପାତ୍ର , ପାରିଷଦ ସୁବ୍ରତ ସାମଲ, ଓୟୁଜେ ର କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତି , ସମ୍ପାଦିକା ସୁଶ୍ରୀ ସୁନିତା ମହାପାତ୍ର , ଉତ୍କଳ ସୂର୍ଯ୍ୟ ଖବର କାଗଜ ର ସମ୍ପାଦକ ବିନୟ କୁମାର ମହାନ୍ତି , ସମାଜସେବୀ ବିପନ୍ନ ସ୍ୱାଇଁ , ପ୍ରମୁଖ ଉପସ୍ଥିତ ରହିଥିଲେ | କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ର ବିଭିନ୍ନ ସ୍କୁଲ ର ମାଟ୍ରିକ ଟପ୍ପର ୫୫ ଜଣ ଛାତ୍ରଛାତ୍ରୀ, ସମାଜସେବୀ , ଓ ସାମ୍ବାଦିକ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା |
କାର୍ଯ୍ୟକ୍ରମ ପରିଚାଳନା ରେ ଉତ୍କଳ ସାମ୍ବାଦିକ ପରିବାର ର କର୍ମକର୍ତ୍ତା ଙ୍କ ସହ ଉତ୍କଳ ନ୍ୟୁଜ କଟକ ପ୍ରତିନିଧି ସାମ୍ବାଦିକ ରୋହନ ଅଗ୍ରୱାଲ , ପ୍ରତାପ ଚନ୍ଦ୍ର ସେନାପତି , ଭୁବନେଶ୍ୱର ପ୍ରତିନିଧି ଜିତେନ୍ କୁମାର ସାମନ୍ତରାୟ , ଭଦ୍ରକ ପ୍ରତିନିଧି ସଞ୍ଜୟ ଦାସ , ଆଠଗଡ ପ୍ରତିନିଧି ସୌମ୍ୟ ରଞ୍ଜନ ବାରିକ , କଳାହାଣ୍ଡି ପ୍ରତିନିଧି ରବି ଶଙ୍କର ସୁନାନୀ , ମୂର୍ତ୍ତି ହଂସରାଜ ,ମୋହିତ ମୋହନ ମହାପାତ୍ର ,ରୋହିତ ରୋହନ ମହାପାତ୍ର ,ପୁରୀ ପ୍ରତିନିଧି ଶରତ ମହାପାତ୍ର , ତ୍ରିଲୋଚନ ଖୁଣ୍ଟିଆ , ପ୍ରଭାତ ଦାସ , ଇମ୍ରାନ ଖାନ , ସରୋଜ ସାହୁ , ଙ୍କ ସହ ସ୍ଥାନୀୟ ଅଂଚଳ ର ବହୁ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ |
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ