ଭେଣ୍ଡର ଠିକାଦାର ସାଜିଛନ୍ତି ଦୁର୍ନୀତିର ମାଷ୍ଟର ମାଇଣ୍ଡ

Spread the love

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ କିଛିଦିନ ତଳେ ମନରେଗା କାର୍ଯ୍ୟର ଅନିୟମିତାକୁ ନେଇ ତଦନ୍ତ ଆରମ୍ଭ ଚାଲିଥିବା ବେଳେ, ଏନେଇ ଜିଲ୍ଳାର ବିଭିନ୍ନ ବ୍ଲକ୍‌ରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଲୋଚନା ହେବା ସହ ଏହାର ତଦନ୍ତ କରାଗଲେ ବିଭିନ୍ନ ଅନିୟମିତତା ପଦାକୁ ଆସିବା ସମ୍ଭାବନା ରହିଛି।ଏହି ବ୍ଲକର ବିଶେଷ କରି ଦାଦନ ପ୍ରବଣ ଓ ଅଣ ଜଳସେଚିତ ବ୍ଲକ କର୍ଲାମୁଣ୍ଡା,ନର୍ଲା, କେସିଙ୍ଗା, ଭବାନିପାଟଣା, ଥିଆମୁଲ ରାମପୁର, ଗୋଲାମୁଣ୍ଡା, ଜୁନାଗଡ଼ ଆଦି ପ୍ରମୁଖ ବ୍ଲକ ମାନଙ୍କରେ ବ୍ୟାପକ ଅନିୟମିତତା ହୋଇଥିବା ଆଶଙ୍କା ରହିଛି। ଏହି ଯୋଜନାରେ ହେଉଥିବା କାମରେ ସରପଞ୍ଚ, ପିଇଓ ଓ ଜି.ଆର୍‌.ଏସ୍ ଠିକାଦାର ସାଜି ଟଙ୍କା ଲୁଟ୍ କରୁଥିବା ଅଭିଯୋଗ ହେଉଛି। ଏହି ଯୋଜନା ସମୁଦାୟ ଶ୍ରମିକ ଭିତ୍ତିକ କାର୍ଯ୍ୟ କରୁଥିଲା । ତେବେ ଯେଉଁଦିନଠାରୁ ୪୦ ପ୍ରତିଶତ ସାମଗ୍ରୀ ଯୋଗାଣରେ ବିଲ ହେଲା ସେହିଦିନଠାରୁ ଏହି ଦୁର୍ନୀତି ବଢ଼ିବାରେ ଲାଗିଛି| ସାମଗ୍ରୀ ଉପାଦାନ ଏଠି ସାମିଲ କଲେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହେବ ବୋଲି ସରକାର ଭାବିଥିଲେ । ସେଥିପାଇଁ ନିୟମରେ ପରିବର୍ତ୍ତନ କରି ୨୬୬ ପ୍ରକାର ସାମିଲ କଲେ। ହେଲେ ଅଧିକାଂଶ କାର୍ଯ୍ୟରେ ଦୁର୍ନୀତି ହେଉଛି ଅଧିକାଂଶ କାର୍ଯ୍ୟର ନଥିପତ୍ର ଠିକ ନାହିଁ। କେଉଁଠି ବିନା ଅନୁମୋଦନରେ ଟଙ୍କା ଉଠିଛି ତ ଆଉ କେଉଁଠି ବ୍ଳକ୍ କର୍ତ୍ତୃପକ୍ଷଙ୍କ ପାଖରେ ଖବର ନାହିଁ। ଯାହା ବର୍ତ୍ତମାନ ଏହି ଯୋଜନାରେ ଉଜାଗର ହୋଇଥିବା ଦୁର୍ନୀତିରୁ ଜଣା ପଡୁଛି । ସବୁଠୁ ବେଶୀ ଭେଣ୍ଡର ବିଲ୍‌ ପଇଠରେ ଦୁର୍ନୀତି ହୋଇଛି| ପ୍ରକୃତରେ ଯେଉଁ ଭେଣ୍ଡର ରେଜିଷ୍ଟ୍ରିଭୁକ୍ତ ହୋଇଛି, ସେ ଜିଏସ୍‌ଟି ଦେଉଛି କି ନାହିଁ ତାହା ବି ସନ୍ଦେହ ସୃଷ୍ଟି ହୋଇଛି। ଏହି ଭେଣ୍ଡର ମାନଙ୍କ ନାଁରେ କୋଟି କୋଟି ଟଙ୍କା ପଇଠ ହୋଇଛି। ହେଲେ ସେମାନଙ୍କର ନା’ ଅଛି ଦୋକାନ ନା’ ଅଛି ନିଜର କାର୍ଯ୍ୟାଳୟ ସବୁଠୁ ଆଶ୍ଚର୍ଯ୍ୟ କଥା। ଯେଉଁ ଭେଣ୍ଡର ପାଣି ଟାଙ୍କି ଯୋଗାଣ କରୁଛି, ସେ ସିମେଣ୍ଟ, ବାଲି, ଜେସିବି, ଟ୍ରାକ୍ଟର, ମେଟାଲ, ଇଟା ଆଦି ସବୁ ଯୋଗାଣ କରୁଛି। ପ୍ରକୃତରେ ଏହି ଭେଣ୍ଡରମାନେ ଏତେ ସାମଗ୍ରୀ କେମିତି ଯୋଗାଣ କଲେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି| ସେହିପରି ବିନା ସାମଗ୍ରୀ ଯୋଗାଣରେ ବି ବିଲ ହୋଇ ଭେଣ୍ଡରମାନଙ୍କ ଆକାଉଣ୍ଟରେ ଟଙ୍କା ପଡ଼ିଛା ଯାହା ଭିଜିଲାନ୍ସ ତଦନ୍ତ ସାପେକ୍ଷ । ଏହାର ସମ୍ପୂର୍ଣ୍ଣ ତଦନ୍ତ ନ ହେବା ଯାଏଁ ଏହି ଦୁର୍ନୀତି ଗୋଲକ ଧନ୍ଦାର ମୁଖା ଖୋଲିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗତ ସରକାରରେ ଶାସକ ଦଳର କିଛି ପାଖଲୋକ ଥିବା ଠିକାଦାର ମନରେଗା ଯୋଜନାକୁ ନିଜ ହିସାବରେ ପରିଚାଳନା କରି ଯୋଜନା ଅର୍ଥକୁ ହରିଲୁଟ କରିଥିବା ଏକ ଚର୍ଚ୍ଚିତ ପ୍ରସଙ୍ଗଥିଲା । ଏହିକ୍ରମ ଜାରି ରହିବ ନା ପରିବର୍ତ୍ତନ ସରକାରରେ ପରିବର୍ତ୍ତନ ହେବ ତାହା ଦେଖିବାକୁ ଲୋକେ ଅନାଇବସିଛନ୍ତି। କଳାହାଣ୍ଡି ଜିଲ୍ଲାର ସମ୍ପୃକ୍ତ ବ୍ଲକ ମାନଙ୍କରେ ମନରେଗା ଯୋଜନାର ଦୁର୍ନୀତିକୁ ଭିଜିଲାନ୍ସ ତଦନ୍ତ କରାଗଲେ,ଅନେକ ସମୟର ବିଭିନ୍ନ ଅନିୟମିତତା ଉଜାଗର ହେବାର ସମ୍ଭାବନା ରହିଛି, ଏଣୁ ଉଚ୍ଚ ସ୍ତରୀୟ ତଦନ୍ତ ହେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

error: Content is protected !!