ଭବାନୀପାଟଣା : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ,ଧର୍ମଗଡ ଧିମନ ଚକମା, ସି ଡି ଓ, ଜିଲ୍ଲା ପରିଶଦ ଦୟାମୟ ପାଢ଼ି ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୧୯୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୪୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୪୦ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।୧୭ଟି ଅଭିଯୋଗର ସମାଧାନ ତୁରନ୍ତ କରଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୯ଜଣଙ୍କୁ ସହାୟତା ପ୍ରଦାନ ମଞ୍ଜୁର କରାଯାଇଥିଲା !
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା