କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ସରକାରୀ କର୍ମଚାରୀଙ୍କ ଉପରେ ଏବେ ଝୁଲୁଛି ଭିଜିଲାନ୍ସ ବିଭାଗର ଧାରୁଆ ଖଣ୍ଡା ! କେତେବେଳେ କାହା ମୁଣ୍ଡ ଉପରେ ଖସି ପଡ଼ିବ, ତାହା କହିବା ଏବେ ମୁସ୍କିଲ ହୋଇପଡିଛି ! କାହିଁକି ନା, ଗୋଟିଏ ବର୍ଷ ଭିତରେ ବ୍ଲକ ଅଞ୍ଚଳରୁ ୩ ସରକାରୀ କର୍ମଚାରୀ ଲାଞ୍ଚ କାରବାର ଅଭିଯୋଗରେ ଭିଜିଲାନ୍ସ ହାବୁଡ଼ରେ ପଡି ଗିରଫ ହୋଇଛନ୍ତି ! ବିଭିନ୍ନ ସମୟରେ ସରକାରୀ ବାବୁ ମାନେ କୋଟଗଡ ବ୍ଲକବାସୀଙ୍କ ଠାରୁ ଲାଞ୍ଚ ନେଇ ଧରା ପଡିବା ପରେ ମଧ୍ୟ ଲାଞ୍ଚ କାରବାର କମିବା ବଦଳରେ ଏବେ ବଢ଼ିବାରେ ଲାଗିଛି ! ଭିଜିଲାନ୍ସ ଅଧିକାରୀ ଡ଼ାଳେ ଡ଼ାଳେ ଗଲେ ଲାଞ୍ଚୁଆ ଅଧିକାରୀ ପତ୍ରେ ପତ୍ରେ ଯାଉଛନ୍ତି ! ତଥାପି ଅନେକ ବିଭାଗର କର୍ମଚାରୀ ଭିଜିଲାନ୍ସର କଡ଼ା ନଜରରେ ରହିଛନ୍ତି ! ବେଳ ଥାଉ ଥାଉ ଲାଞ୍ଚୁଆ କର୍ମଚାରୀ ନ ସୁଧୁରିଲେ ଅବସ୍ଥା ସାଙ୍ଘାତିକ ହେବାର ଯଥେଷ୍ଟ ସମ୍ଭାବନା ରହିଛି ! ବର୍ଷକ ପୂର୍ବେ କୋଟଗଡ ଥାନାର ତତ୍କାଳୀନ ଥାନା ଅଧିକାରୀ ଧିରଜ ଲେଙ୍କା ଲକ୍ଷଧିକ ଟଙ୍କା ନେଇ ଯାଉଥିବା ସମୟରେ ବାଲିଗୁଡା ଠାରେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ ! ସେହିଭଳି ଦୂର୍ଗାପାଙ୍ଗା ପଞ୍ଚାୟତର ରାଜସ୍ୱ ନିରୀକ୍ଷକ ଦିଲ୍ଲୀପ ସାହୁ ମଧ୍ୟ ଲାଞ୍ଚ ନେଇ ଧରା ପଡିଥିଲେ ! ଆଉ ପୁଣି ଥରେ କୋଟଗଡ ଥାନାର ଏଏସଆଇ ରଜନୀକାନ୍ତ ଦାସ ଏକ ମାମଲାର ରଫା ଦଫା ନେଇ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡି ଗିରଫ ହୋଇଛନ୍ତି ! ଏହି ସମସ୍ତ ୩ ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଧରା ପଡ଼ିବା ପରେ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଲାଞ୍ଚ କାରବାର ଚାଲିଥିବା ନେଇ ଏବେ ସମସ୍ତେ ଅନୁମାନ କରି ସାରିଲେଣି ! ବିଭିନ୍ନ ବିଭାଗରେ ଲାଞ୍ଚ କାରବାର ବୃଦ୍ଧି ପାଇବା ଫଳରେ କୋଟଗଡ଼ ଅଞ୍ଚଳବାସୀ ଏବେ ତ୍ରାହି ତ୍ରାହି ଡାକୁଛନ୍ତି ! ଵିଶେଷକରି ଭିଜିଲାନ୍ସ ବିଭାଗର ଅଧିକାରୀ ଏବେ ବ୍ଲକ, ତହସିଲ, ମୂର୍ତ୍ତିକା ସଂରକ୍ଷଣ, ଉଦ୍ୟାନ ବିଭାଗ, ମେଡ଼ିକାଲ ଓ କୃଷି ବିଭାଗ ଆଦି କାର୍ଯ୍ୟଳୟ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ନଜର ରଖିଥିବା ଏକ ବିଶ୍ୱସ୍ଥ ସୁତ୍ରରୁ ଜଣାପଡିଛି ! ସବୁଠାରୁ ଭିଜିଲାନ୍ସ ରାଡ଼ାରରେ ରହିଛନ୍ତି ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ! କେଉଁ ପଞ୍ଚାୟତରେ କେଉଁ ଅଧିକାରୀ ସରକାରୀ ଟଙ୍କାକୁ ଆତ୍ମସାତ କରିଛନ୍ତି, ଆଉ ସେମାନଙ୍କୁ କେଉଁ ମାନେ ସାହାଯ୍ୟ କରିଛନ୍ତି, ତାହାର ଏକ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି ! ଆଗାମୀ ଦିନରେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ କାବୁ କରିବା ଲାଗି ଭିଜିଲାନ୍ସ ବିଭାଗ ସାମ୍ବାଦିକଙ୍କ ରିପୋର୍ଟକୁ ଅନୁଧ୍ୟାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଯୋଜନା ରହିଛି ! ଏହା ସହିତ ଦୁର୍ନୀତିରେ ଉବୁଟୁବୁ ହେଉଥିବା କିଛି ଅଧିକାରୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଜମା ଖାତା, ଜମିବାଡ଼ି , ଯାନବାହନ ଆଦିକୁ ମଧ୍ୟ ଖାନ ତଲାସୀ କରାଯାଇ ଆୟ ବର୍ହିଭୁତ ବେନାମୀ ସମ୍ପତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଜଣାପଡିଛି ! ଯେଉଁଥି ପାଇଁ ଏବେ କୋଟଗଡ଼ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ଭାଲେଣି ପଡିଥିବା ଜଣାପଡିଛି ! କୋଟଗଡ ବ୍ଳକ ଉପରେ ଭିଜିଲାନ୍ସ ବିଭାଗର ସ୍ଵତନ୍ତ୍ର ନଜର ରହିଥିବା ଯୋଗୁ ଏବେ ଠାରୁ କିଛି ସରକାରୀ କର୍ମଚାରୀ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେବାକୁ ଉଦ୍ୟମ କରୁଥିବା ଉଦ୍ୟମ ଚଳାଇଥିବା ବିଭିନ୍ନ ସୁତ୍ରରୁ ସୂଚନା ମିଳିଛି ! ଅନ୍ୟପଟେ ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଅତର୍କିତ ଚଢ଼ାଉ କରି ଗିରଫ କରୁଥିବା ନେଇ ଅଞ୍ଚଳବାସୀ ଖୁସି ଜାହିର କରିଛନ୍ତି ! ତା ସହିତ ଅନେକ ବ୍ୟକ୍ତି ଭିଜିଲାନ୍ସ ଅଧିକାରୀଙ୍କ ଗୁପ୍ତ ସମ୍ପର୍କରେ ରହି ଆଉ ଅନେକ ଲାଞ୍ଚୁଆ କର୍ମଚାରୀଙ୍କୁ ଭିଜିଲାନ୍ସ ହାତରେ ଧରେଇ ଦେବାକୁ ଯୋଜନା ଚଳାଇଛନ୍ତି !
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା