Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

WATCO ପାଇଁ ରାସ୍ତା ଖାଲ ଖମା ରେ ପରିପୂର୍ଣ୍ଣ

Spread the love

ଜନ ସାଧାରଣ ଙ୍କୁ ଅନାଇ ରହିଛି ମରଣ ଗାତ, ବର୍ଷା ଜଳରେ ବୁଡ଼ି ରହୁଛି ଖାଲ l ମରଣ ଜନ୍ତା ପାଲଟିଛି ବ୍ୟାସନଗରର ସମସ୍ତ ରାସ୍ତା l ଜୀବନ କୁ ପାଣି ଛଡେଇ ଯାତାୟାତ କରୁଛନ୍ତି ଜନ ସାଧାରଣ ଓ ଛାତ୍ର ଛାତ୍ରୀ l ବିପଦ ସଙ୍କୁଳ ଅବସ୍ଥା ରେ ପଡି ରହିଛି ବିଦ୍ୟୁତ୍ ତାର, ଜେନେରେଟର, ଜୀବନ କୁ ପାଣି ଛଡେଇ କାର୍ଯ୍ୟ ରେ ଲାଗିଛନ୍ତି, ପେଟି ଠିକାଦାରଙ୍କ ଅଣଅଭିଜ୍ଞ କର୍ମଚାରୀ l ଯେଉଁ ମାନଙ୍କର ନାଁ ଅଛି ଶ୍ରମିକ ପାଞ୍ଜିକରଣ ନାଁ ସୁରକ୍ଷା ବଳୟ l କାର୍ଯ୍ଯ ସମ୍ପାଦନ ବେଳେ ଜୀବନ ଚାଲିଗଲେ ଉତ୍ତରଦାୟି କେହି ନାହାନ୍ତି lଖାଲି ଏତିକି ନୁହେଁ ଏକା ବେଳେ ରାସ୍ତାର ଚତୁପାର୍ଶ୍ଵରେ କାର୍ଯ୍ୟ କରୁଛନ୍ତି BPCL ଗ୍ୟାସ ପାଇପ୍, WATCOର ପାଣି ପାଇପ୍ ଓ TPNODL ର କେବୁଲ୍ ଏହି ସବୁ କମ୍ପାନୀ ଠିକା ସୂତ୍ର ରେ ସ୍ୱଳ୍ପ ବଜେଟ ରେ ଲାଭ ଆଶା ରେ ପେଟି ଠିକାଦାରଙ୍କୁ କାର୍ଯ୍ୟ ହସ୍ତାନ୍ତର କରିଛନ୍ତି l ଯାହା ଫଳରେ ନିଅଣ୍ଟିଆ ଅର୍ଥରେ ପେଟି ଠିକାଦାର ମାନେ ଜେନେ ତେନେ କାର୍ଯ୍ୟ କୁ ତରବରିଆ ଭାବରେ ସାରିବାକୁ ଚେଷ୍ଟା କରୁଛନ୍ତି l ଏତଦ୍ୱାରା କେଉଁଠି ପାଣି ପାଇପ୍ ଲିକ୍ କରୁଛୁ ତ କେଉଁଠୀ ଖାଲ ହୋଇ ରହିଛି, ରାସ୍ତାର ଉଭୟ ପାର୍ଶ୍ବରେ ଗତ୍ର ହେବା ଦ୍ବାରା ଡ୍ରେନ୍ ଗୁଡ଼ିକ ଭାଙ୍ଗି ଯାଉଛି , ନର୍ଦ୍ଦମାର ନିଷ୍କାସନ ଦୂଷିତ ଜଳ ବର୍ଷା ଜଳ ଶହ ମିଶି କାଦୁଆ ହୋଇ ରହୁଛି l ପାଣି ରାସ୍ତା ରେ ଜମିବା ଫଳରେ ଗାଡି ମଟର ବା ପିଲାମାନ ସାଇକେଲ ନେଇ ଗଲେ ଦୃଘଟଣା ର ଶିକାର ହେଉଛନ୍ତି l
ଏହି କାରଣ ରୁ ୧୯ ନମ୍ୱର ଓ ୨୨ ନମ୍ୱର ଗ୍ରାମବାସୀ ପେଟି ଠିକାଦାର ଙ୍କୁ କାର୍ଯ୍ୟ ତାଲିକା ମାଗିବା ସହ ସ୍ଥାୟୀ ସମାଧାନ ଦାବୀ କରିଛନ୍ତି l
ଜନ ସାଧାରଣଙ୍କ ନଜର ରେ ଅବହେଳିତ ରାସ୍ତା ଓ ବେନିୟମ କାର୍ଯ୍ୟରେ ନିଯୁକ୍ତି ଓ ଚୁକ୍ତି ହୋଇଥିବା ସଂସ୍ଥା କର୍ମଚାରୀଙ୍କ ଦୁର୍ନୀତି କାର୍ଯ୍ୟ କୁ ବିରୋଧ କରିଥିବା ବେଳେ ଜନ ପ୍ରତିନିଧି ଓ ଅଧିକାରୀ ଏହି ଅସୁରକ୍ଷିତ କାର୍ଯ୍ୟକୁ ନଜର ଏଡାଇ ଦେଉଛନ୍ତି l ଏଥିରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି ଯେ ମିଲିଭଗତ ରେ ସଲା ସୁତୁରାରେ ଲୋକଙ୍କୁ ମରଣ ମୁହଁ କୁ ଠେଲି ଦିଆ ଯାଉଛି l ଏହାର ଯଦି ସ୍ଥାୟୀ ସମାଧାନ ନ ହୁଏ ତେବେ ଏହି କାର୍ଯ କୁ ୨୬ ଗୋଟି ୱାର୍ଡରେ ବିରୋଧ କରାଯିବ ବୋଲି ଜନ ସାଧାରଣ ନିଜର କ୍ଷୋଭ ପ୍ରକାଶ କରିଛନ୍ତି l

error: Content is protected !!
Breaking News