Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଅନୁଷ୍ଠାନର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିର୍ବାଣ ନୃତ୍ୟ ଉତ୍ସବ

Spread the love

• ୪ଜଣ ଶ୍ରେଷ୍ଠ ବ୍ୟକ୍ତିତ୍ଵଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, ୪।୧୦ (ଅଭିଜିତ କର): ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଶନିବାର ସନ୍ଧ୍ୟାରେ ଓଡ଼ିଶୀ ସାଧନା ପୀଠ ପକ୍ଷରୁ ଅନୁଷ୍ଠାନର ବର୍ଷ ୧୦ ବର୍ଷ ପୂର୍ଣ୍ଣ ଉପଲକ୍ଷେ ନିର୍ବାଣ ନୃତ୍ୟ ଉତ୍ସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମାନ୍ୟବର ବିଧାୟକ କେ.ଅନୀଲ କୁମାର ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀର, ବରିଷ୍ଠ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ନିଶାଙ୍କ, ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ନୃତ୍ୟ ଗୁରୁ ଶ୍ରୀ ଜୟନ୍ତ ଆଚାର୍ଯ୍ୟ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହକାରୀ ନିର୍ଦେଶକ ଅନିଲ କେରକେଟା ପ୍ରମୁଖ ଯୋଗଦେଇ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କ ଦ୍ଵାରା ୪ଜଣ ଶ୍ରେଷ୍ଠ ବ୍ୟକ୍ତିତ୍ଵ ମାନଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାାଇଥିଲା ସେମାନେ ହେଲେ, ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀରଙ୍କୁ ଓଡିଶା ଆଦର୍ଶ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ, ଗୁରୁ ସତ୍ୟବାଦୀ ସାହୁଙ୍କୁ ଶୀରୋମଣୀ ସମ୍ମାନ, ଆର୍ନ୍ତଜାତିକ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ଗାୟତ୍ରୀ ରଣବୀରଙ୍କୁ ଶ୍ରେଷ୍ଠ ଉପାସକ ସମ୍ମାନ ଏବଂ ସୁଶ୍ରୀ ସୃଷ୍ଟି ସାହୁଙ୍କୁ ନୃତ୍ୟ ଗୁରୁ ସୂରଜ କୁମାର ସାହୁଙ୍କ ପିତା ସ୍ୱର୍ଗତ ସତ୍ୟ ନାରାୟଣ ସାହୁଙ୍କ ସ୍ମୃତିରେ ସ୍ୱର୍ଗତ ସତ୍ୟ ନାରାୟଣ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମରେ ଆୟୋଜକ ତଥା ସମ୍ପାଦକ ଗୁରୁ ଶ୍ରୀ ସୁରଜ୍ କୁମାର ସାହୁ ନିଜ ବକ୍ତବ୍ୟରେ ଉତ୍ସବର ମୂଳ ଲକ୍ଷ୍ୟ ଉପରେ ବକ୍ତବ୍ୟ ରଖିଥିଲେ ଯେ, ଆମ ସଂସ୍କୃତି ଆଉ ପରମ୍ପରାକୁ ବାଜାୟ ରଖୀ ଓଡିଶୀ ନୃତ୍ୟକୁ ପରିବେଷଣ କରିବା, ଓଡ଼ିଶୀ ନୃତ୍ଯ ଯାହା କି ଓଡିଶାର ଏକ ଶାସ୍ତ୍ରୀୟ ନୃତ୍ୟ, ଯାହାକୁ କି ଆମର ପରବର୍ତୀ ପୀଢ଼ି ମାନଙ୍କ ମନରେ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାର ଏକ ସ୍ୱତନ୍ତ୍ର ମାର୍ଗ ହେଉଛି ଏହି ନିର୍ବାଣ ନୃତ୍ୟ ଉତ୍ସବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଓଡୀଶୀ ନୃତ୍ୟ ଗୁରୁ ଶ୍ରୀ ସାହୁ କହିଛନ୍ତି । ସଭାକାର୍ଯ୍ୟ ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଶ୍ରୀ ସୁରଜ ଭଗବାନ ବିଷ୍ଣୁଙ୍କ ଦଶାବତାର ନୃତ୍ୟ ପରିବେଷଣ କରି ଅତିଥି ଏବଂ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ସହ ସୁଦୂର ଭୁବନେଶ୍ୱରର ଆର୍ନ୍ତଜାତିକ ଓଡ଼ିଶୀ ଗୁରୁ ଶ୍ରୀମତୀ ଗାୟତ୍ରୀ ରଣବୀର ଅଭିନୟ କୁନ୍ତୀ ଏବଂ ସୁଶ୍ରୀ ସୃଷ୍ଟି ସାହୁ ଦୁର୍ଗା ସ୍ତୁତି ପରିବେଷଣ କରି ସମସ୍ତଙ୍କ ମନ ମୋହୀ ନେଇଥିଲେ ।

ସେହିପରି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଙ୍ଗଳାଚରଣ, ପଲ୍ଲବୀ, ଅଭିନୟ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସଢରା ନୃତ୍ୟ, ରାଜସ୍ଥାନୀ ନୃତ୍ୟ, ବ୍ରହ୍ମପୁରର ସଂରଚନା, ଉତ୍କଳୀକା ନୃତ୍ୟାନୁଷ୍ଠାନ ଓ ନୃତ୍ୟ କ୍ଷେତ୍ରର କଳାକାର ମାନେ ମଧ୍ୟ ତାଙ୍କ ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସବରେ ପ୍ରାୟ ୧୦୦ ଜଣ ନୃତ୍ୟ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିବା ବେଳେ, ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଝରଣା ପଣ୍ଡାଙ୍କ ପରିଚାଳନାରେ ନିବେଦିତା ମହାନ୍ତି, ସ୍ୱପ୍ନାରାଣୀ ସାବତ, ଲଳିତା ସାହୁ, ଲୋପାମୁଦ୍ରା ସାହୁ, ଲତା ସିଂ, ବିନାୟକ ବେହେରା, ଗୌରୀ ମହାନ୍ତି, ସୁଚିତ୍ରା ପଣ୍ଡା ପରିଚାଳନରେ ସହଯୋଗ କରିଥିଲେ। ସଭା କାର୍ଯ୍ୟକୁ ସୋନାଲି ସାହୁ ଏବଂ ଶିବାନନ୍ଦ ବାରିକ ସଂଚାଳନ କରିଥିବା ବେଳେ, ଶେଷରେ ପ୍ରତିଷ୍ଠାତା ଗୁରୁ ଶ୍ରୀ ସାହି ଧନ୍ୟବାଦ ଅର୍ପଣ କରିଥିଲେ। 

You may have missed

error: Content is protected !!
Breaking News