ବ୍ରହ୍ମପୁର, ୧୭/୯ (ଅଭିଜିତ କର): ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏକ ନୂତନ ଅଭିଯାନ “ଏକ ପେଡ୍ ମାଁ, କେ ନାମ” ରାଷ୍ଟ୍ରବ୍ୟାପୀ ଅଭିଯାନର ଅଂଶ ଭାବେ ପାଳନ କରାଯାଉଥିବା ବେଳେ, ବ୍ରହ୍ମପୁର ୟୁସିପି ଇଞ୍ଜିନିୟରିଂ ସ୍କୁଲ ଦ୍ଵାରା ମଧ୍ୟ ଏହି ଅଭିଯାନକୁ ପାଳନ କରାଯାଇଛି । ଏନ୍ ସି ସି ବ୍ୟାଟାଲିଅନ୍ ୧୦(ଓ) ବ୍ରହ୍ମପୁରଙ୍କ ମିଳିତ ପ୍ରୟାସରେ ବୁଧବାର ଆୟୋଜିତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ ସତ୍ୟ ଶଙ୍କର ରାଜ, ବରିଷ୍ଠ ଅଧ୍ୟାପକ ପ୍ରକାଶ ସେଠୀ, ୱାଇ. କେ. ମହାନ୍ତ, ସତ୍ୟ ନାରାୟଣ ତ୍ରିପାଠୀ ଓ ଶିବାଶିଷ୍ ମହାପାତ୍ରଙ୍କ ସମେତ ଅତିଥି ରୂପେ ନାଇବ ସୁବେଦାର, ଅଶୋକ ସେଠୀ ଓ ସେନା କର୍ମଚାରୀ ବଂଶ ଶର୍ମା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଅତିଥି ମାନେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷାରେ ବୃକ୍ଷ ରୋପଣର ଗୁରୁତ୍ୱ, ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଗଛର ଭୂମିକା ଓ ଅଭିଯାନର ମୂଳମନ୍ତ୍ର ମା’ଙ୍କ ସମ୍ମାନ ବିଷୟରେ ବିଭିନ୍ନ ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୪୫ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଯାହା ମଧ୍ୟରୁ ୨୨ଜଣ ଏନ୍ ସି ସି କ୍ୟାଡେଟ୍ ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ପ୍ରାୟ ଶହେଟି ଚାରା ବିଦ୍ୟାଳୟ ପରିସରରେ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଶେଷରେ ଛାତ୍ରମାନେ ଓ କ୍ୟାଡେଟ୍ ମାନେ ରୋପିଥିବା ଚାରା ଗୁଡିକୁ ସୁରକ୍ଷା କରିବା ସହିତ ସମାଜରେ ପରିବେଶ ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି କରିବାର ସଙ୍କଳ୍ପ ନେଇଥିଲେ ।
More Stories
ମୋଦିଙ୍କ ନିରାମୟ ଜୀବନ ଓ ଆରୋଗ୍ୟ କାମନାରେ ହନୁମାନ ଚାଳିଶା ପାଠ
ବ୍ରହ୍ମପୁରରେ ବି-ଭାଇବ୍ ଡ୍ୟାନ୍ସ ଷ୍ଟୁଡିଓର ଶୁଭ ଉଦଘାଟନ
ଜନ୍ମ ଦିନରେ ଜରା ନିବାସ ବୃଦ୍ଧାଙ୍କୁ ଖାଦ୍ୟ ବଣ୍ଟନ କଲେ ଦିନେଶ