Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ମୋଦିଙ୍କ ନିରାମୟ ଜୀବନ ଓ ଆରୋଗ୍ୟ କାମନାରେ ହନୁମାନ ଚାଳିଶା ପାଠ

Spread the love

ବ୍ରହ୍ମପୁର, ୧୭/୯ (ଅଭିଜିତ କର): ସ୍ଥାନୀୟ ଆସ୍କା ରୋଡ଼ ଅନ୍ତର୍ଗତ ପାଣିଗ୍ରାହୀପେଣ୍ଠ ଆନନ୍ଦ ନଗର ଠାରେ ଯୁବ ସମାଜସେବୀ ମଦନ ସାହୁଙ୍କ ପ୍ରୟାସରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ, ତାଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା ଉଦ୍ଦେଶ୍ୟରେ ୧୦୮ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର ଅବସରରେ ମୁଖ୍ୟ ଅତିଥି ଭାବେ ମାନନୀୟ ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର ଯୋଗଦେଇ ମୋଦିଜୀଙ୍କ ଦୀର୍ଘାୟୁ କାମନା କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲା ସଭାପତି ସରୋଜ ସାବତ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ, ୩ ନମ୍ବର ୱାର୍ଡ କର୍ପୋରେଟର ସବିତା ସାହୁ, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ କମଳ ପାତ୍ର, ଆସ୍କା ମଣ୍ଡଳ ସଭାପତି ଜଗନ୍ନାଥ ଜେନା, ଚିତ୍ତରଞ୍ଜନ ସାହୁ, ବନମାଳୀ ସେଠୀ, ଆଲୋକ କୁମାରଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗଳକାମନା କରିଥିଲେ । ଏହି ଅବସରରେ ଅଞ୍ଚଳବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ରୂପେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ପ୍ରାୟ ଏକ ହଜାରରୁ ଅଧିକ ଶୁଭେଚ୍ଛୁ ମାନେ ଯୋଗଦାନ କରି ପ୍ରସାଦ ସେବନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବହୁ ଯୁବ ଓ ଛାତ୍ର କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ।

You may have missed

error: Content is protected !!
Breaking News